ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର, ହେଲେ ଖୋଲିବ ନାହିଁ ଶ୍ରୀମନ୍ଦିର

କୌଣସି ଭକ୍ତ କରିପାରିବେ ନାହିଁ ଭୋଗ

ପୁରୀ(କେନ୍ଯୁଜ୍): ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର । ହେଲେ ଶ୍ରୀମନ୍ଦିର ଖୋଲିବ ନାହିଁ । ଜିଲ୍ଲାରେ ଥିବା ସମସ୍ତ ମସ୍‌ଜିଦ, ଚର୍ଚ, ଗୁରୁଦ୍ୱାର, ମଠ, ଆଶ୍ରମ, ଗୁରୁକୁଳ ଆଦି ଖୋଲିଛି । ସପ୍ତାହରେ ୫ ଦିନ ସକାଳ ୬ଟାରୁ ରାତି ୮ ଯାଏ ଖୋଲିବାକୁ ଅନୁମତି ମିଳିଛି । କେବଳ ପୁରୀ ସହରକୁ ଛାଡ଼ି ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ ଶ୍ରଦ୍ଧାଳୁ ।

ହେଲେ କୌଣସି ଭକ୍ତ ଭୋଗ କରିପାରିବେ ନାହିଁ । ସେହିଭଳି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ । ଏଥିପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନେଇ ଧ୍ୟାନ ଦେବାକୁ କୁହାଯାଇଛି ।

ସେହିଭଳି ଯେଉଁ ଭକ୍ତ କିମ୍ବା ପର୍ଯ୍ୟଟକ ଧାର୍ମିକସ୍ଥଳକୁ ଆସୁଛନ୍ତି ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ୬୫ ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍‌ ଶ୍ରଦ୍ଧାଳୁ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ବ୍ୟକ୍ତି ନଆସିବାକୁ ପୁରୀ ଜିଲ୍ଲା ପ୍ରଶାସନପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି କେହି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.