ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ ମିଳିବ ଚାଉଳ ଓ ଡାଲି

ଭୁବନେଶ୍ୱର:  ପୁଣି ବିନା ମୂଲ୍ୟରେ ମିଳିବ ଚାଉଳ ଓ ଡାଲି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାସକୁ ୫ କେଜି ଲେଖାଏ ଚାଉଳ ଓ ୧କେଜି ଡାଲି ମିଳିବ। ବିନା ମୂଲ୍ୟରେ ୩ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ଯୋଗାଇ ଦିଆଯିବ । ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ଏହି ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ତୁରନ୍ତ ଚାଉଳ, ଡାଲି ଉଠାଣ ଓ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ହିତାଧିକାରୀ ଉପକୃତ ହେବେ ।

Leave A Reply

Your email address will not be published.