ସାଧାରଣ ଲୋକଟିଏ ତାର କଷ୍ଟଅର୍ଜିତ ଅର୍ଥକୁ ସୁରକ୍ଷିତ ରଖିବାପାଇଁ ବ୍ୟାଙ୍କକୁ ବିଶ୍ୱାସ କରିଥାଏ । କିନ୍ତୁ ସେହି ବ୍ଯାକରୁ ଯଦି ତାର ଜମାରାଶି ଗାୟବ ହୋଇଯାଏ ତାହାହେଲେ ସେ ବିଶ୍ୱାସ କରିବ କାହାକୁ ? ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସ୍ତରଙ୍ଗର ଓଡିଶା ଗ୍ରାମ୍ଯବ୍ୟାଙ୍କ ଶାଖାରେ । ଘଟଣା ଅନୁଯାଇ ଅସ୍ତରଙ୍ଗ ଅଞ୍ଚଳର ଚୈତନ ମହାନ୍ତି ଅସ୍ତରଙ୍ଗ ବଜାରରେ ଏକ ଫଟୋ ସ୍ଟୁଡ଼ିଓ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏହି ବେବସାୟରୁ କିଛି କିଛି ଅର୍ଥ ସଞ୍ଚୟକରି ଚୈତନ୍ୟ ୨୦୧୪
ମସିହା ମେ ମାସ ୮ ତାରିଖରେ ସତୁରୀ ହଜାର ଟଙ୍କା ଲେଖାଏ ଜମା କରି ତିନୋଟି ଫିକ୍ସଡିପୋଜିଟ ଓଡିଶା ଗ୍ରାମ୍ୟବ୍ୟାଙ୍କର ଅସ୍ତରଙ୍ଗ ଶାଖାରେ ଖୋଲିଥିଲେ । ସେହି ଫିକ୍ସଡିପୋଜିଟର ଅବଧି ୦୮.୦୫.୨୦୨୨ରେ ପୂରଣ ହୋଇ ତାଙ୍କୁ ମୋଟ ଚାରିଲକ୍ଷ ଅଠେଇଶି ହଜାର ଚାରିଟଙ୍କାର ଅର୍ଥରାଶି ମିଳିଥାନ୍ତା । ଗତ ୧୦ ତାରିଖରେ ଚୈତନ୍ୟ ମହାନ୍ତି ଫିକ୍ସଡିପୋଜିଟ କରିଥିବା ବଣ୍ଡକୁ ନେଇ ବ୍ୟାଙ୍କ ଆସିଥିଲେ ଟଙ୍କା ଉଠାଇବା ପାଇଁ ତାଙ୍କର ବଣ୍ଡ ନେଇ ବ୍ୟାଙ୍କରେ ଚେକ କଲାବେଳକୁ ଚୈତନ୍ଯଙ୍କ ଆକାଉଣ୍ଟ ରେ ଗୋଟେ ବି ଟଙ୍କା ନଥିଲା ।
ତିନୋଟି ଯାକ ଆକାଉଣ୍ଟ ଶୂନ ହୋଇଯାଇଥିଲା । ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଏକଥା ଶୁଣିବା ପରେ ଚୈତନ୍ୟଙ୍କର ହୋଶ ଉଡିଯାଇଥିଲା । ଜୀବନ ଜାକର କଷ୍ଠଅର୍ଜିତ ଧନ ବ୍ୟାଙ୍କରୁ ଗାୟବ ହୋଇଯାଇଥିବା କଥା ଜାଣିବା ପରେ ଏବେ କେମିତି ଟଙ୍କା ଫେରିପାଇବେ ସେହି ଚିନ୍ତାରେ ଅଛନ୍ତି ଚୈତନ୍ୟ । ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ ହେବାଜାଣିବା ପରେ ଚୈତନ୍ୟ ଅସ୍ତରଙ୍ଗ ଥାନାରେ ଏକ ଏତଲା ଦେଇଛନ୍ତି । ସେପଟେ ବ୍ୟାଙ୍କମାନେଜର ଦିଲୀପ କୁମାର ଦାସ କହିଛନ୍ତି ଯେ ୨୦୧୮ ମସିହାରେ ଏଠାରେ ରହିଥିବା ମାନେଜରଙ୍କ ପାସୱାର୍ଡ ବ୍ୟବହାର କରି ଏହିବାଙ୍କରେ କାର୍ଯ୍ଯରତ କେହିଜଣେ କର୍ମଚାରୀ ଟଙ୍କାକୁ ଉଠାଇନେଇଛି । ଚୈତନ ମହାନ୍ତିଙ୍କ ଟଙ୍କା ତାଙ୍କୁ ନିଶ୍ଚୟ ମିଳିବ ଏବଂ ଏହା ଉପରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।