ହାଣ୍ଡିଶାଳକୁ ମହଙ୍ଗା ମାଡ଼: ୫୦ ରୁ ୬୦ ଟଙ୍କା ଉପରେ ସବୁ ପରିବା ଦର, ପାଞ୍ଚ ଶହ ଟଙ୍କାରେ ବି ଭରୁନି ବ୍ୟାଗ୍

ଭୁବନେଶ୍ବର : ହାଣ୍ଡିଶାଳକୁ ମହଙ୍ଗା ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୭୦ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି।

ସେହିଭଳି ସବୁ ପରିବା ଦର ବି ୫୦ ରୁ ୬୦ ଟଙ୍କା ଉପରେ ରହିଛି। ପୋଟଳ ଦର ୮୦ ଟଙ୍କା ଥିବାବେଳେ କଲରା ୮୦ ଟଙ୍କା, ଝୁଡଙ୍ଗ ୮୦ ଟଙ୍କା, ବାଇଗଣ ଦର ୬୦ ଟଙ୍କା ରହିଛି। କାଙ୍କଡ କିଲୋ ୮୦ । ଯେଉଁଠି ଖାଉଟି କେଜିଏ ଦୁଇ କେଜି ପରିବା ନେଉଥିଲା ଏବେ ସେଠି ଅଧକିଲୋ ନେଉଛନ୍ତି । ପାଞ୍ଚ ଶହ ଟଙ୍କାରେ ପରିବା ବ୍ୟାଗ ମଧ୍ୟ ଭରୁନି ବୋଲି ଗ୍ରାହକ କହୁଛନ୍ତି।

Leave A Reply

Your email address will not be published.