ମୋହନା : କିଏ କାହାକୁ ଦୁର୍ବ୍ୟବହାର କଲା, ଗାଁ ଲୋକେ ନା ପୋଲିସ୍ ?

ମୋହନା (କେ ନ୍ୟୁଜ୍) : ଲୋକେ କହୁଛନ୍ତି ପୋଲିସ୍ ଆମକୁ ଦୁର୍ବ୍ୟବହାର କଲା ଆଉ ପୋଲିସ୍ ଏସ୍ଆଇ କହୁଛନ୍ତି ମୋତେ ସେମାନେ ଖରାପ ଆଚରଣ ପ୍ରଦର୍ଶନ କଲେ । ତେବେ କିଏ ସତ କହୁଛି ? ତାକୁ ନେଇ ଏବେ ଚର୍ଚ୍ଚା । ଏପଟେ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ତଲଡା ଗାଁରେ ଆଜି ଅପରାହ୍ନ ରେ ଏହି ଘଟଣା ଘଟିଛି । ଜଣେ ଥାନା ଏସ.ଆଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି l ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ପ୍ରକାରେ ତଲଡା ଗାଁ ଛକରେ କିଛି ଲୋକ ବସିଥିଲେ । ସେହି ସମୟରେ ଆର. ଉଦୟଗିରି ଥାନା ଏସ.ଆଇ ମୁକେଶ ଲାକ୍ରା ସେଠାକୁ ଆସି ଲୋକଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଏସ୍ଆଇଙ୍କ ସହ ଉପସ୍ଥିତ ଲୋକଙ୍କର ଟଣାଓଟରା ହୋଇଥିଲା ।

ତେଵେ ଏନେଇ ଫୋନରେ ଏସ. ଆଇ ଲାକ୍ରାଙ୍କ ସହ ଯୋଗାଯୋଗ କରିବାରୁ ଓଲଟା ଲୋକମାନେ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ କହିଛନ୍ତି । ବହୁତ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବା ଯୋଗୁଁ ସେ ସ୍ଥାନ ଖାଲି କରିବା ପାଇଁ କହିଥିଲେ।ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ଏସ୍ଆଇ କହିଛନ୍ତି । ଏନେଇ ସେ ଲିଖିତ ଅଭିଯୋଗ ମଧ୍ୟ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ ଏସ୍ଆଇ ମଦ ପିଇ ଦୁର୍ବ୍ୟବହାର କରିଥିଲେ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଦାବି କରିଛନ୍ତି ଗାଁ ଲୋକେ ।

 

Leave A Reply

Your email address will not be published.