ରାଜ୍ୟ

ଏରିଆ ଆଠଗଡ଼ ପୋଲିସ୍‌ର ହେଲେ ଫାଇନ୍‌ ଆଦାୟ କରୁଛି ଢେଙ୍କାନାଳ ସଦର ପୋଲିସ୍‌? ପୁଣି ଆସିଛି କେଳେଙ୍କାରୀ ଅଭିଯୋଗ

ଆଠଗଡ (କେନ୍ୟୁଜ୍): ଆଠଗଡ ଅଞ୍ଚଳରେ ଢେଙ୍କାନାଳ ପୋଲିସର ଶାସନ । ଚାଲାଣ କାଟିଲେ, ଫାଇନ୍‌ ଆଦାୟ କଲେ । ଏଭଳି ଅଭିଯୋଗ ଏବେ ବିବାଦ ସୃଷ୍ଟି କରିଛି । ଆଜି ସକାଳୁ ଆଠଗଡ ଥାନା ଅନ୍ତର୍ଗତ ଝାଜିଆ ନିକଟରେ ଢେଙ୍କାନାଳ ସଦର ଥାନା ଏଏସ୍‌ଆଇ ଚନ୍ଦ୍ରପ୍ରଭା ମହାନ୍ତି ନିଜର ଏକ ଟିମ୍‌ ସହିତ ଚେକିଂ କରୁଥିଲେ । ହେଲମେଟ୍‌, ସିଟ୍‌ ବେଲଟ୍‌ ଓ ମାସ୍କ ପିନ୍ଧିନଥିବା ଲୋକଙ୍କୁ ଅଟକାଇ ଫାଇନ୍‌ ଆଦାୟ କରୁଥିଲେ । ଏହି ସମୟରେ ଜଣେ କାର ଡ୍ରାଇଭରକୁ ଅଟକାଇବା ସହିତ ତାଙ୍କ ଗାଡି ଯାଞ୍ଚ କରିଥିଲେ। କିନ୍ତୁ ଡ୍ରାଇଭର ସିଟବେଲ୍ଟ ପିନ୍ଧି ନଥିବାରୁ ତାଙ୍କୁ ଧରିବା ପରେ ୧ ହଜାର ଟଙ୍କା ଫାଇନ୍‌ ଦେବାକୁ କୁହାଗଲା । ତେବେ ଡ୍ରାଇଭର ଜଣକ ଏତେ ପଇସା ନାହିଁ ବୋଲି କହିବାରୁ କୁଆଡ଼େ ତାଙ୍କୁ ୨ ଶହ ଟଙ୍କା ଦେଇ ଚାଲିଯିବାକୁ କହିଲେ । ଏ ବାବଦରେ ରସିଦ କିନ୍ତୁ ଦେଲେ ନାହିଁ ।

ଏହି ଘଟଣା ବେଳେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଆଠଗଡ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ପୋଲିସ୍‌ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କଲେ । ହେଲେ ସେମାନେ କୌଣସି ବେଆଇନ୍‌ କରି ନାହାନ୍ତି କେବଳ ଯେଉଁମାନେ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ଠାରୁ ଫାଇନ୍‌ ଆଦାୟ କରିଥିବା କହିଛନ୍ତି ସଦର ଆଇଆଇସି  ।

ତେବେ ଘଟଣା ସମ୍ପର୍କରେ ବୁଝିବା ପରେ ପୋଲିସ କର୍ମଚାରୀମାନେ ସଙ୍ଗେ ସଙ୍ଗେ ମାସ୍କ ପିନ୍ଧି ନଥିବା ଦର୍ଶାଇ ସଂପୃକ୍ତ ଡ୍ରାଇଭରଙ୍କ ନାଁରେ ଦୁଇଶହ ଟଙ୍କାର ରସିଦ କାଟି ଦେଇଥିଲେ। ହେଲେ ଏସବୁ ଭିତରେ ରସିଦରେ ଗାଡି ନମ୍ବର ଲେଖିବାକୁ ଭୁଲିଗଲେ । ଏସବୁ ଘଟଣାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଆଠଗଡ଼ ଅଞ୍ଚଳରେ ଯାଇ ଢେଙ୍କାନାଳ ସଦର ପୋଲିସ୍‌ କାହିଁକି ଚେକିଂ କରୁଥିଲା ବୋଲି ଏବେ ବଡ଼ ପ୍ରଶ୍ନ ଉଠିଛି ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

7 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

33 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

37 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

39 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

45 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

57 mins ago