କରଞ୍ଜିଆ ତିନିଟିଆ ଅଞ୍ଚଳରେ ଅଭାବନୀୟ ଘଟଣା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତିନିଟିଆ ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ଗତକାଲି ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଘରର ଏକ ୨୫ ବର୍ଷିଆ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଆଜି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିବାବେଳେ, ଘଟଣା ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ ସୁଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ, ପୋଲିସ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.