ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ । ରେସ୍ତୁରାଣ୍ଟ ମାଲିକ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଶିଶୁ ଶ୍ରମିକଙ୍କୁ ଛଡାଇ ନେବା ପରି ସଂଗୀନ ଅଭିଯୋଗ ହୋଇଛି । ଯାଜପୁର ଲଳିତେଶ୍ୱର ଠାରେ ଥିବା  ଏକ ରେସ୍ତୁରାଣ୍ଟରେ ଜଣେ ଶିଶୁ ଶ୍ରମିକ କାମ କରୁଥିବାର ଖବର ପାଇ ଚାଇଲ୍ଡ ଲାଇନର ତିନି ଜଣ ସଦସ୍ୟ ସେଠାରେ ପହଂଚି ଚଢ଼ାଉ କରିଥିଲେ ।

ଏହି ସମୟରେ କର୍ମଚାରୀମାନେ ସେମାନଙ୍କ ପରିଚୟ ଦେଇଥିଲେ ମଧ୍ୟ ରେସ୍ତୁରାଣ୍ଟ ମାଲିକ ଏବଂ ପରିବାର ସଦସ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରିବା, ମୋବାଇଲ ଛଡାଇ ନେଇଥିଲେ ।  ଏପରିକି ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକଙ୍କୁ ଛଡାଇ ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି  । ଏ ସଂକ୍ରାନ୍ତରେ ଯାଜପୁର ଚାଇଲ୍ଡ ଲାଇନ ସଦସ୍ୟଙ୍କ ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।   ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଅପର ପକ୍ଷରେ ଏହି ଘଟଣାକୁ ଭିତ୍ତିହୀନ କହିଛନ୍ତି ରେସ୍ତୁରାଣ୍ଟ କର୍ତ୍ତୃପକ୍ଷ।

You might also like