କଟକ ଏସସିବି ମେଡିକାଲରେ ଶିଶୁ ବଦଳ ଅଭିଯୋଗ, ଧାରଣାରେ ବସିଲେ ପରିବାର ଲୋକ

କଟକ : କଟକ ଏସସିବି ମେଡିକାଲରେ ଶିଶୁ ବଦଳ ଅଭିଯୋଗ । ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର ଲୋକ । ଗତ ୧୦ତାରିଖ ଦିନ ପୁରୀ ଅଂଚଳର ଚନ୍ଦ୍ରମା ବେହେରା SCBରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୧୧ ତାରିଖରେ ଶିଶୁକନ୍ୟାକୁ ICU ରେ ଭର୍ତ୍ତି କରାଯାଇଥିଲା । ଆଉ ୧୨ତାରିଖ ରାତିରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ମୃତ ଶିଶୁକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ତାହା ତାଙ୍କ ଶିଶୁ ନୁହଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏସସିବି କୁଳସଚିବ କହିଛନ୍ତି ଶିଶୁଟି ଗୁରୁତର ହେବାରୁ ତାକୁ ICUରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ୫ ଦିନ ପରେ ଅର୍ଥାତ ଗତ ୧୭ ତାରିଖରେ ଶିଶୁ ବଦଳ ଅଭିଯୋଗ କରିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ଦିଆଯାଇଛି ।