ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ, ଜଣେ ମହିଳା ଅଟକ

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ । ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର । ଶୁନଗଡ଼ିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି ।  ଏହାପରେ ବାରିପଦା ଟାଉନ ଥାନା ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାର ତଦନ୍ତ କରୁଛି । ସେକ୍ କମିରୁଦ୍ଦିନଙ୍କ ସ୍ତ୍ରୀ ପ୍ରସବ ପରେ ରକ୍ତ ହୀନତା ଯୋଗୁଁ ଚିକିତ୍ସାଳୟରେ ଭର୍ତ୍ତି ଥିଲେ ।  ବିଳମ୍ବିତ ରାତିରେ ଅଭିଯୁକ୍ତ ମହିଳା ବେଡରୁ ଦୁଇ ଜଣ ଶିଶୁଙ୍କୁ ଚୋରି କରି ପଳାଉଥିବାବେଳେ ଧରାପଡିଥିଲେ ।

 

ଆହୁରି ପଢ଼ନ୍ତୁ : ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି