ବାରିପଦା ମେଡିକାଲରୁ ଶିଶୁ ଚୋରି, ଛୁଆକୁ ଧରି ଛୁ ମାରିଲେ ମହିଳା

ବାରିପଦା: ବାରିପଦା ମେଡିକାଲରୁ ଶିଶୁ ଚୋରି ।  ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ ।  ବାରିପଦା ସଦର ରାଣୀଭୋଳ ଗାଁର ଧାନାଇଁ ହାଁସଦାଙ୍କ ପତ୍ନୀ ଫୁଲମଣୀ ସୋରେନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।

ଗତକାଲି ରାତିରୁ ଜଣେ ମହିଳା ଆସି କଥା ହେବା ସହ ସମ୍ପର୍କ ବଢାଇଥିଲେ । ଆଜି ସକାଳୁ ମହିଳା ଜଣକ କୌଶକ୍ରମେ ଛୁଆକୁ ନେଇ ଉଭାନ ହୋଇଯାଇଥିଲେ ।  ବହୁ ଖୋଜାଖୋଜି କରିବା ପରେ ଛୁଆକୁ ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି ଓ ଆଶା ଦିଦି ।  ଅଭିଯୋଗ ପରେ ତଦନ୍ତ କରୁଛି ବାରିପଦା ଟାଉନ ଥାନା ପୋଲିସ ।

 

ଆହୁରି ପଢ଼ନ୍ତୁ:  ୱାର୍ଡସଭ୍ୟ ଉଦ୍ଧାର, ସରଗରମ ହୋଇଛି ବିଂଝାରପୁର ବ୍ଲକ୍ ରାଜନୀତି