ବ୍ୟକ୍ତିଙ୍କୁ ଅପହରଣ କରି ୩୬ ଲକ୍ଷ ଟଙ୍କା ଦାବି ଅଭିଯୋଗ, ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବ୍ୟକ୍ତିଙ୍କୁ ଅପହରଣ କରି ଟଙ୍କା ଦାବି ଅଭିଯୋଗ । ୩୬ ଲକ୍ଷ ଟଙ୍କା ଦାବି କରିଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗାଙ୍ଗପୁର ଥାନା ବେଣାପାଟ ଗାଁର ନିରଞ୍ଜନ ପଢିଆରୀ, ଆସିକାର ସନ୍ୟାସୀ କରଣ , ଦିଗପହଣ୍ଡିର ପି.ରାଜେନ୍ଦ୍ର ରେଡ୍ଡୀ ଓ ସାନଖେମୁଣ୍ଡିର ପପୁନ କୁମାର ସାହୁ ।

ସୂଚନା ଅନୁସାରେ ବ୍ରହ୍ମପୁର ଗାନ୍ଧୀନଗର ଦ୍ୱିତୀୟ ଲାଇନର ବିଶ୍ୱନାଥ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୧୪ ତାରିଖ ସକାଳୁ ଅପହରଣ କରି ନୟାଗଡ଼ ନେଇଯାଇଥିଲେ ୪ ଦୁର୍ବୃତ୍ତ। ପରେ ବିଶ୍ୱନାଥଙ୍କ ସ୍ତ୍ରୀଙ୍କୁ ଫୋନ କରି ୩୬ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ବିଶ୍ୱନାଥଙ୍କୁ ପୋଲିସ ସୁରକ୍ଷିତ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅପହରଣରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ। ଏହି ଘଟଣାରେ ଆଉ ଦୁଇ ଜଣଙ୍କ ସଂପୃକ୍ତି ଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like