ପ୍ରାଇଭେଟ୍ କ୍ଲିନିକରେ ଲିଙ୍ଗ ନିରୂପଣ ଅଭିଯୋଗ, ଅଲଟ୍ରା ସାଉଣ୍ଡ ମେସିନ ସିଲ କଲା ପ୍ରଶାସନ
ବାଲେଶ୍ଵର : ପ୍ରାଇଭେଟ୍ କ୍ଲିନିକରେ ଲିଙ୍ଗ ନିରୂପଣ। ଅଭିଯୋଗ ପରେ ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଛ ଗେଟ୍ ନିକଟରେ ଥିବା ଡାକ୍ତର ମଲ୍ଲିକ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଚଢଉ। ଅଲଟ୍ରା ସାଉଣ୍ଡ ମେସିନ ସିଲ କରିଛି ପ୍ରଶାସନ। ଉପଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ ଓ ଟାଉନ ଥାନା ପୁଲିସ ଚଢଉ କରିଛି।
ଗତ ଅକ୍ଟୋବର ୩ରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ବର ଜିଲ୍ଲାର ବିଭିନ୍ନ କ୍ଲିନିକ୍ ଓ ନର୍ସିଂ ହୋମରେ ବ୍ୟବହାର ହେଉଥିବା ଅଲଟ୍ରାସାଉଣ୍ଡ ମେସିନ୍ ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ଡ଼କ୍ଟର ମାଲିକ୍ କ୍ଲିନିକରେ ସିସିଟିଭି ଅଚଳ କରାଯାଇଥିଲା। ରୋଗୀଙ୍କ ପଞ୍ଜିକୃତ ରେଜିଷ୍ଟର ନଥିଲା।
ଅଲଟ୍ରା ସାଉଣ୍ଡ ପାଇଁ ସ୍ଵୀକୃତିପ୍ରାପ୍ତ ଡ଼ାକ୍ତର ଅନୁପସ୍ଥିତ ଥିଲେ । ଆଉ ଟିମ୍ ଏଭଳି ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ଗତ ୩ବର୍ଷ ଭିତରେ ୩ ଟି ଲିଙ୍ଗ ନିରୂପଣ ମେସିନ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।