ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ତାରିଣୀ ଛକ ନିକଟରେ ଥିବା କୋଇଲେଖା ବହୁ ମୁଖି ବାତ୍ୟା ଆଶ୍ରୟସ୍ଥଳୀରୁ ଗତ ଦଶ ତାରିଖ ଦିନ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପାଦକ ହେମନ୍ତ ବିଶ୍ୱାଳ । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଆସ୍କା ଲାଇଟ, ଫ୍ୟାନ, ରୋଷେଇ ସାମଗ୍ରୀ, ସାଇରନ ସହ ଅନେକ ସାମଗ୍ରୀ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । କବାଟକୁ ଭାଙ୍ଗି ଚୋରି କରାଯାଇଥିବା କହିଛନ୍ତି ସମ୍ପାଦକ । ତେବେ ଅଭିଯୋଗକୁ ଏଗାର ଦିନ ବିତିଥିଲେ ବି ଚୋରର ସନ୍ଧାନ ମିଳିପାରିନି ।