ସ୍କୁଲର ବରିଷ୍ଠ କର୍ମଚାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ, ମହିଳା ସଫେଇ କର୍ମଚାରୀଙ୍କ ସହ କରୁଥିଲେ ଅସଦାଚରଣ

କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଶୋଷଣ କରିବା, ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଅନେକ ସମୟରେ ଆସିଥାଏ । ଅଶ୍ଳୀଳ ଇଙ୍ଗିତ ଠାରୁ ଆରମ୍ଭ କରି ଲୋଭନୀୟ ଅଫର ଦେବା ଆଳରେ ଉପରିସ୍ତ କର୍ମଚାରୀ ତାଙ୍କ ଅଧିନରେ ଥିବା ମହିଳା କର୍ମଚାରୀଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରିଥାନ୍ତି, ଏଭଳି ଅନେକ ଖବର ଉପରେ ନଜିର ରହିଛି । ଏବେ ପୁଣି ଏକ ଶିକ୍ଷାନୁଷ୍ଠାନର ଅଧିକାରୀଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ଅନୁଗୋଳର ଏକ ଘରୋଇ ସ୍କୁଲରେ ଦୁଇ ମହିଳା କର୍ମଚାରିଙ୍କୁ ଅଶ୍ଳୀଳ ବ୍ୟବହାର ସହ ଯୌନ ଶୋଷଣ ହୋଇଥିବା ଅନୁଗୋଳ ସଦର ଥାନାରେ ଅଭିଯୋଗ ହୋଇଛି । ଘରୋଇ ସ୍କୁଲର ଜଣେ ବରିଷ୍ଠ ଅଧିକାରୀଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦୁଇ ପୀଡିତା । ପୀଡିତାମାନେ କହିଛନ୍ତି ସ୍କୁଲର କର୍ମଚାରୀ ଅର୍ଥାତ ଅଭିଯୁକ୍ତ ସୁମନ ନାମକ ଜଣେ ବ୍ୟକ୍ତି ମହିଳା ସଫେଇ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ସେମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ।

ଅନେକ ଦିନରୁ ଶାରୀରିକ ସହ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଅଭିଯୋଗ ଆସିଛି । ସେପଟେ ସ୍କୁଲର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଏହି ଘଟଣା ପରେ ଫେରା଼ର ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏହି ଘରୋଇ ସ୍କୁଲରେ ଛାତ୍ରୀଙ୍କ ସହିତ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଥିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏବେ ପୁଣିଥରେ ଦୁଇ ପୀଡିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି । ତେବେ ପୁଣିଥରେ ଏଭଳି ଅଭିଯୋଗ ପରେ ଥାନାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।

ଏହି ଘଟଣାରେ ଅଭିଯୋଗ ହୋଇଥିବା ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଘଟଣାର ଉଚିତ୍ ତଦନ୍ତ କରାଯାଇ ସତକୁ ସାମ୍ନାକୁ ଆଣିବା ଦରକାର । ସତରେ ଦର୍ଶକବନ୍ଧୁ ଏହା ନିହାତି ଭାବେ ଏକ ସଙ୍ଗୀନ ଘଟଣା । ଦୁନିଆରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଏମିତି ଅତ୍ୟାଚାରକୁ ବର୍ଷ ବର୍ଷ ଧରି ସହୁଛନ୍ତି ହେଲେ ଅସଲ ଭଦ୍ର ମୁଖ ପିନ୍ଧା ଲୋକ ଆରାମରେ ସମାଜରେ ନିର୍ଭୟ ବୁଲୁଛନ୍ତି । ଆଉ ଯଦି ଘଟଣା ସତ ତେବେ ୨ ମହିଳା କର୍ମଚାରୀଙ୍କୁ ନ୍ୟାୟ ମିଳିବା ନିହାତି ଜରୁରୀ ।

You might also like