ଏସ ଏଚ୍ ଜି ମହିଳାଙ୍କୁ ଦୁର୍ବ୍ଯବହାର ଅଭିଯୋଗ

ବାଲେଶ୍ବର: ଏସ ଏଚ୍ ଜି ମହିଳାଙ୍କୁ ଦୁର୍ବ୍ଯବହାର ଅଭିଯୋଗରେ ବ୍ଲକ ପ୍ରୋଜେକ୍ଟ ମ୍ଯାନେଜରଙ୍କୁ କାର୍ଯ୍ଯାଳୟ ଭିତରେ ତାଲା ମାରି ଅଟକ ରଖିବା ସହ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶତାଧିକ ମହିଳା । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ମୁତୟନ କରା ଯାଇଛି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରୋଜେକ୍ଟ ମ୍ଯାନେଜର ପ୍ରଭାକର ଦାସଙ୍କୁ ଏସ ଚ୍ ଜି ମହିଳା ମାନେ ବାରମ୍ବାର ବିଭିନ୍ନ ଅଭିଯୋଗ ନେଇ ଯାଉଥିବା ବେଳେ ସେ କୌଣସି କଥାକୁ କର୍ଣ୍ଣପାତ କରୁ ନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଆଜି ଯେତେବେଳେ ଶତାଧିକ ମହିଳା କାର୍ଯ୍ଯାଳୟରେ ପହଞ୍ଚି ବ୍ଲକ ପ୍ରୋଜେକ୍ଟ ମ୍ଯାନେଜରଙ୍କୁ ଦେଖା କରି ସମସ୍ଯା ବାବଦରେ ପଚାରିଥିଲେ । ସେ ମହିଳା ମାନଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ଯବହାର କରିଥିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି ।

ତେଣୁ ଶତାଧିକ ମହିଳା ଏହି କଥାରେ ଉତ୍ତକ୍ଷିପ୍ତ ହୋଇ ବ୍ଲକ ପ୍ରୋଜେକ୍ଟ ମ୍ଯାନେଜରଙ୍କୁ କାର୍ଯ୍ଯାଳୟ ଭିତରେ ତାଲା ମାରି ଅଟକ ରଖିବା ସହ ଧାରଣା ଦେଇଛନ୍ତି । ଯାହାଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କାର୍ଯ୍ଯାଳୟ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ । ମହିଳା ମାନେ ଶାନ୍ତ ହୋଇ ଧାରଣା ପ୍ରତ୍ୟାହୃତ କରିଥିଲେ ।

You might also like