ସୋଲାର ଲାଇଟ୍ କିଣାରେ ଦୁର୍ନୀତି ଅଭିଯୋଗ, ହରଡ଼ଘଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଂ ପଞ୍ଚାୟତରେ ସାଧାରଣ ବଣ୍ଟନ ଅନୁଦାନ ଟଙ୍କାରେ ସୋଲାର ଲାଇଟ୍ କିଣି ଛନ୍ଦି ହୋଇ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ l ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଖୋଦ ଆଖୁସିଂ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଓ ଅନ୍ୟ ୱାର୍ଡ ସଭ୍ୟ ମାନେ l ସାଧାରଣ ବଣ୍ଟନ ଅନୁଦାନ ଟଙ୍କା ବିପର୍ଯ୍ୟୟ ପରିଚାଳନା ଅବା ଜରୁରୀ କାଳୀନ ପରିସ୍ଥିତି ରେ ଖର୍ଚ୍ଚ କରିବା ପାଇଁ ପଞ୍ଚାୟତ ରେ ଏହି ଅନୁଦାନ କୁ ଗଛିତ କରି ରଖା ଯାଇଥାଏ l
ତେବେ ଏହି ଟଙ୍କା ରେ କିପରି ସୋଲାର ଲାଇଟ କିଣା ଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଆଖୁସିଂ ପଞ୍ଚାୟତ ର ନାଏବ ସରପଞ୍ଚ ଦେବାଶିଷ ମହାପାତ୍ର l ଏପରିକି ବହୁ ଚଞ୍ଚକତା ର ସହ ସମସ୍ତ ୱାର୍ଡ ସଭ୍ୟ ଏଥିରେ ସହମତି ଥିବା ପରି ଏକ ନକଲ ଚିଠା ପ୍ରସ୍ତୁତ କରାଯାଇଛି l ଏପରିକି ବିନା ଟେଣ୍ଡର ବିଜ୍ଞପ୍ତି ବାହାର କରି ନିଜକୁ ସୁହାଇଲା ପରି ଅନୁକମ୍ପା ଦେଖାଇ ଏକ ବ୍ୟବସାୟିକ ସସ୍ଥା ପାଖରୁ ନକଲ କୋଟେସନ ଆଣି ବଜାର ଦରରୁ ଅଧିକ ଟଙ୍କା ବିନିମୟ ରେ ମୋଟ ୧୧ଲକ୍ଷ ୯୦ହଜାର ଟଙ୍କାର ସୋଲାର ଲାଇଟ ଆଖୁସିଂ ପଞ୍ଚାୟତର ବିଭନ୍ନ ସ୍ଥାନରେ ଲଗା ଯାଇଥିବା ଅଭିଯୋଗ ହୋଇଛି l
ସାଧାରଣ ବଣ୍ଟନ ଅନୁଦାନ ଟଙ୍କା ଯାହା ଜରୁରୀ କାଳୀନ ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଖର୍ଚ୍ଚ ହେବା କଥା ସେହି ଟଙ୍କାର ଅପ ବ୍ୟବହାରକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ୱାର୍ଡ ସଭ୍ୟ l ଅନ୍ୟ ପକ୍ଷରେ ସୋଲାର ଲାଇଟ କିଣିବା ସମୟରେ ଯେଉଁ ସରକାରୀ ବିଦ୍ଧି ବଦ୍ଧ ବ୍ୟବସ୍ଥା ରହିଛି ତାକୁ ଅନୁସରଣ ନ କରି ସରକାରୀ ନିୟମକୁ ଫୁ କରି ଉଡାଇ ଦିଆଯାଇଛି l ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ମନମୂଖି କାର୍ଯ୍ୟକଳାପ ଯୋଗୁଁ ଅତିଷ୍ଠ ହୋଇ ପଡିଛନ୍ତି ଅନ୍ୟ ସଭ୍ୟ ମାନେ l
ତେବେ ଏମାନେ କାହା ଛତ୍ର ଛାୟା ତଳେ ରହି ନିଜକୁ ବଳିୟାନ ମନେ କରିବା ସହ ମନମୁଖି କାର୍ଯ୍ୟକଳାପ କରୁଛନ୍ତି ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏନେଇ ନାଏବ ସରପଞ୍ଚ ଓ ଅନ୍ୟ ସଭ୍ୟ ମାନେ ଲିଖିତ ଆକାରରେ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି l ଏନେଇ ଆମେ ଉଭୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କିଛି ଜାଣି ନାହାଁନ୍ତି ବୋଲି ସିଧା ସିଧା ମନା କରି ଦେଇ ଥିଲେ ଏବଂ ଏସମ୍ପର୍କରେ ସୂଚନା ଦେବା ଲାଗି ମନା କରି ଦେଇଥିଲେ l ପରେ ସରପଞ୍ଚ ଜଣକ କହିଥିଲେ ଯେ ପଇସା ତ ଖର୍ଚ୍ଚ ହୋଇ ସାରିଛି ଲାଇଟ ଲଗା ସରିଛି ବୋଲି କହି କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ରୋକ୍ ଠୋକ ମନା କରି ଦେଇଥିଲେ l