ଟାଙ୍ଗୀ ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗ

ଟାଙ୍ଗୀ : କଟକ ଟାଙ୍ଗୀ ଥାନା ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ଟଙ୍କା ହଡପ୍‌ ଅଭିଯୋଗ । ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ଝାଡେଶ୍ୱର ସୋସାଇଟିରେ ଗ୍ରାମାବସୀ ଟଙ୍କା ଓ ସୁନା ଜମା ରଖିଥିଲେ । ହେଲେ ୨ ବର୍ଷ ହେବ ସୋସାଇଟିକୁ ବନ୍ଦ କରିବା ସହ ସୋସାଇଟି ଘରେ ତାଲା ପଡିଛି।

ସୋସାଇଟିର ମ୍ୟାନେଜିଂ ଡାଇରେକ୍ଟର ଥିଲେ ପୋପରଡା ଗାଁରେ ଶିବପ୍ରସାଦ ସ୍ୱାଇଁ । ସୋସାଇଟି ବନ୍ଦ ହେବା ପରଠୁ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଗତକାଲି ଶିବ ପ୍ରସାଦ ଓ ତାଙ୍କ ବାପା ଗାଁକୁ ଆସିଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଛନ୍ତି । ଟାଙ୍ଗୀ ପୋଲିସ ଗଁରେ ପହଂଚି ବାପ, ପୁଅଙ୍କ ଉଦ୍ଧାର କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.