ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅଭିଯୁକ୍ତ ନକଲି ଡାକ୍ତର ଗିରଫ

କଣ୍ଟାବାଞ୍ଜି : ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମଦ କଟା । ତୁରେକେଲା ଥାନା ବଡ଼ଡକଲାରେ ଅସ୍ଥାୟୀ କ୍ଲିନିକରେ ନକଲି ଡାକ୍ତର ଚିକିତ୍ସା କରୁଥିଲେ । ଶ୍ରୀମଦ କଟା ଗତ ୩ ଦିନ ହେଲା ତୁରେକେଲା ଥାନା ବଡଡ଼କଲା ଗାଁ ତାଙ୍କ ଶଶୁର ଘରେ ଥିଲେ ।

ତେବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ରୁ ପ୍ରଥମେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ ହୋଇଥିଲେ । ପରେ ଗତକାଲି ସନ୍ଧ୍ୟା ରେ ସ୍ୱାସ୍ଥ୍ୟ ଭଲ ନ ଲାଗିବାରୁ ବଡ଼ ଡ଼କଲା ଗାଁରେ ଥିବ କ୍ଵାକ ଟୁଟୁ ବିଶ୍ଵାସ ଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । କ୍ଵାକ ଜଣକ ଶ୍ରୀମଦଙ୍କୁ ଏକ ଇଂଜେକସନ ଓ ସାଲାଇନ ଦେଇଥିଲେ ।

ଶ୍ରୀମତ ଘରକୁ ଗଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତୁରେକେଲା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ସଂପୃକ୍ତ ନକଲି କ୍ଵାକ କୁ ଗିରଫ କରି ଅଧିକ ତଦନ୍ତ କରୁଛି । କ୍ଲିନିକରେ ଚଢ଼ାଉ କରି ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । କ୍ଲିନିକରୁ ବିଭିନ୍ନ ଔଷଧ ଓ ସାଲାଇନ ଆଦି ଜବତ ହୋଇଛି ।