ହସ୍ପିଟାଲରୁ ପିଲା ଚୋରି ଅଭିଯୋଗ, ଦୁଇ ଚୋର ଅଟକ

ଆଠଗଡ : ପିଲା ଚୋର ଅଟକ, ଶିଶୁ ପୁତ୍ର ଉଦ୍ଧାର । ଦୁଇ ପିଲା ଚୋରଙ୍କୁ କାବୁ କରି ଅଟକ ରଖିଛି ଖୁଣ୍ଟୁଣୀ ପୋଲିସ୍ । ଗତକାଲି ସନ୍ଧ୍ୟାରେ ଖୁଣ୍ଟୁଣୀ ମେଡିକାଲ୍ ପରିସରରୁ କେହି ଜଣେ ଚାରି ମାସର ଶିଶୁ ପୁତ୍ରକୁ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁ ପୁତ୍ରର ଦେହ ଖରାପ ଥିବାରୁ ମାଆ ତାକୁ ଚିକିତ୍ସା ପାଇଁ ଖୁଣ୍ଟୁଣୀ ମେଡିକାଲ ନେଇଥିଲେ। ସେଠାରେ ଜଣେ ପରିଚିତ ମହିଳାଙ୍କ ସହ ଦେଖା ହୋଇଥଲା । ମେଡିକାଲ୍ ଭିତରେ ଗହଳି ଥିବାରୁ ପରିଚିତ ମହିଳା ଜଣଙ୍କ ପିଲାଟିକୁ ଧରିବା ପାଇଁ କହିଥିଲେ । ମେଡିସିନ କିଣିବା ସମୟରେ ସୁଯୋଗ ନେଇ ପିଲାକୁ ଧରି ଚଂପଟ ମାରିଥିଲେ ପରିଚିତ ମହିଳା ।

ଶେଷରେ ମହିଳା ଜଣଙ୍କ ପୁଅକୁ ନପାଇ ଖୁଣ୍ଟୁଣୀ ପୋଲିସର ସହାୟତା ନେଇଥିଲେ । ପରେ ପୋଲିସ ସାଙ୍ଗେ ସାଙ୍ଗେ ଖୋଜାଖୋଜି ଆରମ୍ଭ କରିଥିଲା। ତଦନ୍ତ ବେଳେ ଢ଼େଙ୍କାନାଳ ପିଙ୍ଗୁଆ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ସଂପୃକ୍ତ ମହିଳା ଓ ଜଣେ ପୁରୁଷ ପିଲାକୁ ଲୁଚାଇ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା । ବିଳମ୍ବିତ ରାତିରେ ଚଢାଉ କରି ଦୁଇ ଜଣଙ୍କୁ କାବୁ କରିବା ସହ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା ପୋଲିସ । ସଂପୃକ୍ତ ମହିଳା ଓ ତାଙ୍କ ପୁରୁଷ ସାଥିକୁ ଥାନାର ଅଟକ ରଖି ଅଧିକ ପଚରାଉଚରା କରୁଛି ଖୁଣ୍ଟୁଣୀ ପୋଲିସ ।

 

 

You might also like