ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରହୁନି ତାଳ ମେଳ: ପରିବାର ଲୋକେ କହୁଛନ୍ତି ୬ଜଣ, ସିଡିଏମଓଙ୍କ କଥାରେ ୪

କେନ୍ଦୁଝର(କେନ୍ୟୁଜ୍): ଡାକ୍ତରଙ୍କ ଅଭହେଳା ଯୋଗୁଁ ୬ ନବଜାତକ ଶିଶୁଙ୍କ ମୃତ୍ୟୁ ଅଭିଯୋଗ! ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ। ସୂଚନା ମୁତାବକ ଗତକାଲି ରାତି ୯ ଟା ରୁ ଦିନ ୧୨ ଯାଏ କୌଣସି ଡାକ୍ତର ନବଜାତକ ଶିଶୁଙ୍କୁ ଆଇସିୟୁ ବିଭାଗକୁ ଦେଖିବା ପାଇଁ ଆସିନଥିଲେ । ସେଥିପାଇଁ ଏଭଳି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହିତ ୬ ନୁହେଁ ବରଂ ୪ ନବଜାତକ ଶିଶୁଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ସିଡିଏମଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.