ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ଅଭିଯୋଗ, ଆସନ୍ତାକାଲି ହେବ ପୋଷ୍ଟମର୍ଟମ

ସମ୍ବଲପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ଅଭିଯୋଗ। ସମ୍ବଲପୁର ଧମା ରେଞ୍ଜ ଖସାପାଲ ନିକଟ ଲାବଡେରା ବୋଲବଙ୍ଗା ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ହାତୀର ଦାନ୍ତ ସୁରକ୍ଷିତ ରହିଛି । ଦେହର କୌଣସି ସ୍ଥାନରେ କ୍ଷତ ଥିବା ଜଣାପଡ଼ିନାହିଁ । ଆସନ୍ତାକାଲି ଜଏଣ୍ଟଟାସ୍କ ଫୋର୍ସ ଉପସ୍ଥିତିରେ ହାତୀର ପୋଷ୍ଟମର୍ଟମ କରାଯିବ । ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ କହିଛନ୍ତି ସମ୍ବଲପୁର ଡିଏଫଓ ।