ପରିତ୍ୟକ୍ତ ଘରୁ ମିଳିଲା ନାବାଳିକାର ମୃତଦେହ, ଅପହରଣ ପରେ ହତ୍ଯା ସନ୍ଦେହ

ବାଲେଶ୍ବର: ବାଲେଶ୍ୱର ରେମୁଣାରେ ଚାଞ୍ଚଲ୍ୟ ।  ପରିତ୍ୟକ୍ତ ଘରୁ ମିଳିଲା ନାବାଳିକାର ମୃତଦେହ। ନାବାଳିକାକୁ ଅପହରଣ ପରେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି।  ବାଲେଶ୍ବର ରେମୁଣା ସ୍ଥିତ ବାଲଗୋପାଳପୁରର ଏକ ପରିତ୍ୟକ୍ତ କୋଠାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତିନି ଦିନ ହେଲା ନାବାଳିକା ଜଣକ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ରେମୁଣା ଥାନାରେ ଅଭିଯୋଗ ହୋଇଥିଲା । ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ନାବାଳିକାଙ୍କ ବୟସ ୧୦ ବର୍ଷ ହେବ। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି ରେମୁଣା ଥାନା ପୋଲିସ । ବର୍ତ୍ତମାନ ଘଟଣାସ୍ଥଳରେ ଆଇଆଇସି, ଏସଡିପିଓ ଓ ୨ ସେକ୍ସନ ପୋଲିସ ମୁତୟନ ଅଛନ୍ତି।

You might also like