ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ, ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ ।  ଭୁବନେଶ୍ବର ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଗୋଟିଏ ଇଭି ବସରେ ନିଆଁ ଲାଗିଗଲା। ଚାର୍ଜ ବସିଥିବା ସମୟରେ ଆମ ବସରେ ଲାଗିଲା ନିଆଁ। ଅଧିକ ଚାର୍ଜ ହେବା କାରଣରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି। ଡିପୋରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ।  ନିଆଁରେ ବ୍ୟାଟେରୀ ପରିସର ଅଳ୍ପ ପରିମାଣରେ କ୍ଷତି ହୋଇଛି ।  ଚାର୍ଜରେ ବସେଇ ଦେଇ ଧ୍ୟାନ ନ ଦେବାରୁ ଦୁଘଟଣା ଘଟିଥିବା ଜଣାପଡ଼ିଛି ।  ଅଗ୍ନିଶମ ବାହିନୀର୨ଟି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।  ଯାହା ଫଳରେ ବସର ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି ।  କାଲି ନିଆଁ ଲାଗି ଜଳି ଯାଇଥିଲା ଗୋଟିଏ ‘ଆମ ବସ୍’ ।