ଚଳିତ ବର୍ଷର ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ ଶେଷ

ଭୁବନେଶ୍ବର(କେନ୍ୟୁଜ୍) : ଶେଷ ହୋଇଛି ଚଳିତ ବର୍ଷ ପାଇଁ ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ । ମୋଟ୍ ୩୧୪ ବ୍ଲକରେ ୧୫୫୪ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରାୟ ୬୨ ହଜାର ୮୫୭ ପ୍ରକଳ୍ପ ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଛି ।
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍ିଂ ଜରିଆରେ ବଲାଙ୍ଗିର, ଜଗତସିଂହପୁର, ଝାରସୁଗୁଡ଼ା, ନୟାଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ଲୋକଙ୍କ ସହ କଥା ହୋଇଥିଲେ । ଏଥିସହ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟିମ ୱାର୍କ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି ।ଗାଁ ଲୋକଙ୍କ ପାଇଁ କାମ କରି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।