ବିଜେଡି କ୍ୟାମ୍ପରେ ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ୍ ଅମର ପଟ୍ଟନାୟକ

ଭୁବନେଶ୍ବର : ବିଜେଡି କ୍ୟାମ୍ପରେ ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ୍ ଅମର ପଟ୍ଟନାୟକ । ନବୀନ ନିବାସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହାପରେ ତାଙ୍କୁ ମିଳିଛି ବିଜେଡି ଆଇଟି ସେଲ୍ ମୁଖ୍ୟ ଦାୟିତ୍ୱ । ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅମର ପଟ୍ଟନାୟକ । ୧୯୯୦ ବ୍ୟାଚ୍ର ଆଇଏଏସ୍ ଅଫିସର ଅମର ପଟ୍ଟନାୟକ । ସେ ପୂର୍ବରୁ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଦାୟିତ୍ୱ ତୁଲାଇଥିଲେ । ବିଡିଏ ଓ ସିଡିଏ ଅଧୀନରେ ହୋଇଥିବା ବେଆଇନ୍ ଇଚ୍ଛାଧୀନ ପ୍ଲଟ୍ ଆବଣ୍ଟନ ଅନିୟମିତତା ମାମଲାର ଖୁଲାସା କରିଥିଲେ ଅମର ପଟ୍ଟନାୟକ । ସେହିପରି ତାଙ୍କ ସମୟରେ ଅଡିଟ୍ରୁ ଧରା ପଡ଼ିଥିଲା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ର ଜମି ଆବଣ୍ଟନ ମାମଲାର ସତ ।
ଅନ୍ଯପଟେ ଅମର ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୁ ବାବୁଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲେ । ୧୯୭୯ ମସିହାରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କୁ ଭେଟିଥିଲେ । ଏବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରିବାକୁ ସୁଯୋଗ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ଅମର ପଟ୍ଟନାୟକ ।