କଟକ ଐତିହାସିକ ବାଲିଯାତ୍ରାରେ ଯୋଗଦେବେ ୧୨ଟି ଦେଶର ରାଷ୍ଟ୍ରଦୂତ

କଟକ : ଚଳିତବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ୧୨ଟି ଦେଶର ରାଷ୍ଟ୍ରଦୂତ ଅତିଥିଭାବେ ଯୋଗଦେବେ । ଆଗକୁ ଆହୁରି ଦେଶର ରାଷ୍ଟ୍ର ଦୂତ ଯୋଗ ଦେବାର ସମ୍ଭାବନା ରହିଛି ।  ଏହାସହ ୭ ଦେଶର ସାଂସ୍କୃତିକ ଗ୍ରୁପ୍ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଆନ୍ତଃ ରାଷ୍ଟ୍ରୀୟ ସ୍ଥରରେ ବାଲିଯାତ୍ରାକୁ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି  ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ।

You might also like