ନୟାଗଡ଼-ଦଶପଲ୍ଲା କୁଆଁରିଆ ଛକରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ , ୩ କର୍ମଚାରୀ ଗୁରୁତର ଆହତ

ନୟାଗଡ଼(କେନ୍ୟୁଜ୍) : ଟ୍ରକ ପଛରେ ପିଟିହେଲା ଆମ୍ବୁଲାନ୍ସ। ନୟାଗଡ଼-ଦଶପଲ୍ଲା କୁଆଁରିଆ ଛକରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ଡ୍ରାଇଭରଙ୍କ ସମେତ ୩ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ରଙ୍ଗମାଟିଆ ଅଞ୍ଚଳରୁ ରୋଗୀ ଆଣିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ୧୦୮ ଆମ୍ବୁଲାନ୍ସଟି ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର।