ଆମ୍ବୁଲାନ୍ସ ସହ ଅଟୋ ମୁହାଁମୁହିଁ ଧକ୍କା, ୫ ମୃତ

କେନ୍ଦୁଝର(କେନ୍ଯୁଜ୍) : ଅପେରା ଦେଖି ଯିବା ହେଲା କାଳ । ଅପେରା ଦେଖି ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ମୃତ ୫ ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସାତକୋଶିଆ ନିକଟ ଜାମୁଦଡା ଛକରେ । ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର କାଠ କଟା ଗାଁ ର ୮ଜଣ ନିକଟସ୍ଥ ଗହଳମୁଣ୍ଡା କୁ ଅପେରା ଦେଖିବା ପାଇଁ ଯାଉଥିବା ବେଳେ ଜାମୁଦଡା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

autoଘଟଣାସ୍ଥଳରେ ଅଟୋ ଡ୍ରାଇଭର ଶ୍ୟାମସୁନ୍ଦରଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଣଙ୍କ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।