ବ୍ରହ୍ମଗିରି : ବ୍ରେକ ଫେଲ ହୋଇ ପାଣି ଜୋରକୁ ଓଲଟିପଡିଲା ୧୦୮ ଆମ୍ବୁଲାନ୍ସ , ଫାର୍ମାସିଷ୍ଟ ଓ ହେଲପର ଆହତ

ବ୍ରହ୍ମଗିରି(କେନ୍ୟୁଜ୍) : ଓଲଟିଲା ୧୦୮ ଆମ୍ବୁଲାନ୍‌ସ। ବ୍ରେକ ଫେଲ ହୋଇଯିବାରୁ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ଫାର୍ମାସିଷ୍ଟ ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବ୍ରହ୍ମଗିରି ବ୍ଳକ୍‌ ଧ୍ୱଜାପାଟଣା ଗାଁରୁ ଏକ ରୋଗୀ ଆଣିବାକୁ ଯାଉଥିବାବେଳେ ଆମ୍ବୁଲାନ୍ସଟି ବ୍ରେକ୍‌ ଫେଲ ହୋଇଯାଇଥିଲା । ଯାହାଫଳରେ ଏହା ରାସ୍ତାର ବାମ ପଟ ପାଣି ଜୋରକୁ ଓଲଟି ପଡିଥିଲା ।