ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀଙ୍କ ମଣିଷ ପଣିଆକୁ ସଲାମ୍, ଖରାପ ରାସ୍ତା ଯୋଗୁଁ ଗର୍ଭବତୀଙ୍କୁ ଖଟିଆରେ ବୋହିଲେ

ସୁନ୍ଦରଗଡ଼(କେନ୍ୟୁଜ୍): ଅନେକ ସମୟରେ ରାସ୍ତା ଦୁରାସ୍ଥା ପାଇଁ ଅନେକ ଗାଁ କୁ ଆମ୍ବୁଲାନ୍ସ ଯାଇପାରିନଥାଏ।  ରୋଗୀକୁ ବୋହି ଆଣିବା ବେଳେ ଅନେକ ସମୟରେ ବାଟରେ ରୋଗୀର ମୃତ୍ୟୁ ହୋଇଥାଏ ତ ଆଉ କେତେବେଳେ କିଛି ବାଟ ପରେ ଆମ୍ବୁଲାନ୍ସ ମିଳିଥାଏ।  ଏହି ଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ହେମଗିର ବ୍ଲକ ଅଞ୍ଚଳରେ। ଟପରିଆ ପଞ୍ଚାୟତ ଜାମଝରିଆ ଗାଁକୁ ଆଜି ଆମ୍ବୁଲାନ୍ସ ଯାଇପାରିନଥିବା ବେଳେ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ଯ କର୍ମଚାରୀ ଦେଖାଇଥିଲେ ମହାନତା।

ambulance 23

ଗ୍ରାମର ଜଣେ ଗର୍ବବତୀଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ବର୍ଗ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ଥିଲା ମାତ୍ର ରାସ୍ତା ଖରାପ ପାଇଁ ପ୍ରାୟ ୨ କିଲୋମିଟର ଦୂରରେ ଅଟକିଥିଲା। ପରେ ଆମ୍ବୁଲାନ୍ସର କର୍ମଚାରୀ ଓ କିଛି ଗ୍ରାମବାସୀ ଗର୍ଭବତୀଙ୍କୁ ଏକ ଖଟିଆରେ ବୋହି ଆଣି ଥିଲେ, ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀଙ୍କ ଏହି ମହତପଣିଆ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.