ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା ମହିଳାଙ୍କ ମୃତଦେହ

ଯାଜପୁର(କେନ୍ୟୁଜ୍‌): ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ । ଦାବି ମୂତାବକ ଟଙ୍କା ନଦେଇ ପାରିବାରୁ ମହିଳାଙ୍କ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା । ରାତି ସାରା ରାସ୍ତାକଡରେ ପଡିରହିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ।

ମୃତ ମହିଳା ହେଲେ ଢେଙ୍କାନାଳ ଅଞ୍ଚଳର ଛବିରାଣୀ ମିଶ୍ର । ଗତ କିଛି ଦିନ ହେବ ଛବିରାଣୀ ନିଜ ବାପଘର ଛତିଆରେ ରହୁଥିଲେ । ଗତକାଲି ଛବିରାଣୀଙ୍କ ଦେହ ଅସୁସ୍ଥ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଛତିଆ ଆଣୁଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ୫ ହଜାର ଟଙ୍କା ଦାବି କରିଥିଲେ । ହେଲେ ମୃତ ମହିଳାଙ୍କ ସ୍ୱାମୀ ୩ହଜାର ଟଙ୍କା ଦେଇଥିଲେ । ଏଥିରେ ଅରାଜି ହୋଇ ଆମ୍ବୁଲାନ୍ସ ଡ୍ରାଇଭର ମୃତଦେହକୁ ରାସ୍ତାକଡରେ ଛାଡି ଚାଲି ଯାଇଥିଲେ । ସ୍ଥାନୀୟ ଲୋକେ ମୃତଦେହ ଦେଖି ଛତିଆ ବିଟ୍‌ ହାଉସକୁ ଜଣାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତକଙ୍କ ସ୍ୱାମୀଙ୍କୁ ପଚରାଉଚର କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.