ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ରୋଗୀ

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ରୋଗୀ ସମେତ ଆମ୍ବୁଲାନ୍ସ କର୍ମଚାରୀ । ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି।

ସୋର (କେନ୍ୟୁଜ): ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ରୋଗୀ ସମେତ ଆମ୍ବୁଲାନ୍ସ କର୍ମଚାରୀ । ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ୧୦୮ ଆମ୍ବୁଲାନ୍ସ ଗୋପାଳପୁର ମେଡିକାଲରୁ ରୋଗୀ କୁ ନେଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଯାଉଥିବା ବେଳେ ବେଗୁନିଆ ଠାରେ ଦ୍ରୁତଗାମୀ ଟ୍ରକ ଟି ଆସି ଆମ୍ବୁଲାନ୍ସ ର ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି । ଟ୍ରକ ଟି ଅଟକ ଅଛି । ସମସ୍ତେ ସୁସ୍ଥ ଥିବା ନେଇ ସୂଚନା ମିଳିଛି ।