ଅଟକାଇ ଦେଲା ଗଛ, ପୋଲରେ ଝୁଲି ରହିଲା ଆମ୍ବୁଲାନ୍ସ

ଉଦଳା: ବଞ୍ଚାଇ ଦେଲା ଗଛ, ପୋଲରେ ଝୁଲି ରହିଲା ଆମ୍ବୁଲାନ୍ସ । ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଲା ଆମ୍ବୁଲାନ୍ସ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସର ୩ କର୍ମଚାରୀ । ମୟୂରଭଞ୍ଜ କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଦୁର୍ଘଟଣା ।

ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା । ରାତି ୨ ଟା ରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା । ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଥିଲା ।

 

ଆହୁରି ପଢ଼ନ୍ତୁ : ଆମ୍ବୁଲାନ୍ସ ଗାଡ଼ି ଓଲଟି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଆହତ, ଡ଼ାକ୍ତରଖାନାରେ ଭର୍ତ୍ତି