କିଟ୍‌ ଓ କିସ୍‌ ପକ୍ଷରୁ ବଡ଼ ପଦକ୍ଷେପ, ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ପାଇଁ ବାଲିଗୁଡ଼ା ଏନଏସିକୁ ପ୍ରଦାନ କରାଗଲା ଦୁଇଟି ଆମ୍ବୁଲାନ୍ସ

କନ୍ଧମାଳ : କନ୍ଧମାଳରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ବଡ଼ ପଦକ୍ଷେପ । ବାଲିଗୁଡ଼ା ଏନଏସିକୁ ପ୍ରଦାନ କରାଗଲା ଦୁଇଟି ଆମ୍ବୁଲାନ୍ସ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଛନ୍ତି । ଜିଲ୍ଲାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ କିଟ୍‌ ଓ କିସ୍‌ର ଉଦ୍ୟମ ଜାରି ରହିବ ବୋଲି ଏକ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲା ତଥା ସାରା ରାଜ୍ୟର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ତାଙ୍କ ଶକ୍ତି ଆହୁରି ବୃଦ୍ଧି କରିବାକୁ ଏହି ଅବସରରେ ଡକ୍ଟର ସାମନ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟପଟେ ଏହି ଦୁଇଟି ଆମ୍ବୁଲାନ୍ସ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହୋଇ ପାରିବ ବୋଲି ବାଲିଗୁଡ଼ା ପୂର୍ବତନ ଏନଏସି ଅଧ୍ୟକ୍ଷା କହିଛନ୍ତି । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏହି ପଦକ୍ଷେପକୁ ବାଲିଗୁଡ଼ା ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.