ଖରାପ ରାସ୍ତା ପାଇଁ ଘଣ୍ଟାଏ କାଳ ଫସି ରହିଲା ଆମ୍ବୁଲାନ୍ସ , ଲୋକେ ତାତିଲେ 

ଚାନ୍ଦବାଲି(କେନ୍ୟୁଜ୍‌) : ରୋଗୀ ନେବାକୁ ଆସି ଖରାପ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଘଣ୍ଟାଏ କାଳ ରୋଗୀ ନେବାରେ ଅସୁବିଧା ସୃଷ୍ଟି ହେବାରୁ ଲୋକେ ତାତିଲେ । ତେବେ ବହୁ କଷ୍ଟରେ ଗାଡ଼ିକୁ କାଦୁଅରୁ ପେଲି ବାହାର କଲେ ଲୋକେ । ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଂଚାୟତ କବିରପୁରରୁ ଜଣେ ପ୍ରସୂତି ମହିଳାକୁ ମେଡିକାଲକୁ ଆଣିବାକୁ ୧୦୨ ଆମ୍ବୁଲାନ୍ସ  ଯାଇଥିଲା । ତେବେ ତିହିଡି ବ୍ଲକ ପିରହାଟ ହରିପୁର-ଜାରଫବାଜ ମୁଖ୍ୟ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ କାଦୁଅରେ ଫସି ଯାଇଥିଲା । ଫଳରେ ଦୀର୍ଘ ୧ଘଣ୍ଟାକାଳ ଗାଡ଼ି କାଦୁଅରେ ଫସି ରହିଥିଲା ।

ଲୋକେ ପେଲା ପେଲି କରି ଗାଡ଼ିଟିକୁ କାଦୁଅରୁ ବାହାର କରିଥିଲେ । ଫଳରେ ଘଣ୍ଟାଏ ବିଳମ୍ବରେ ଆମ୍ବୁଲାନ୍ସ ରୋଗୀକୁ ଅନ୍ୟ ଏକ ବୁଲାଣି ରାସ୍ତାରେ ମେଡିକାଲ ନେଇ ଯାଇଥିଲା । ଏହାକୁ ନେଇ ରୋଗୀଙ୍କ ସଂପର୍କୀୟ ଓ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.