ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି

ପେଟ୍ରୋଲ ଟାଙ୍କି ରେ ବନ୍ଧା ପଡିଛି ୧୦୮ ଆମ୍ବୁଲାନ୍ସ । ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ୩ଟି ଆମ୍ବୁଲାନ୍ସ ବନ୍ଧା ପଡ଼ିଛନ୍ତି । ଏପଟେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ରୋଗୀ। ରୋଗ ଯନ୍ତ୍ରଣା ସହି ନପାରି ଛଟପଟ ହୋଇଛନ୍ତି । ଗୋଟିଏ ପଟେ ରୋଗୀ ଡାକ୍ତରଙ୍କୁ ଦେଖାଇ କେମିତି ଭଲ ହେବେ ବୋଲି ବାହାରିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଇ ଅଟକ ରହିଛି ତିନୋଟି ଆମ୍ବୁଲାନ୍ସ ।
ହଁ ଆଜ୍ଞା, ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି ତିନୋଟି ଆମ୍ବୁଲାନ୍ସ । ଦିନ ହେବ ଅଟକି ରହିଛି ତିନୋଟି ଆମ୍ବୁଲାନ୍ସ । ଓଟିପି ଆସୁନି କି ଆପ ରେ ଫିଲିଙ୍ଗ ଦେଖାଯାଉନି ଫଳରେ ଏହି ସମସ୍ୟା ଦେଖାଦେଇଛି ।
ଆନନ୍ଦପୁରର ଶାଳପଡ଼ା ପେଟ୍ରୋଲ ପମ୍ପରେ ଅଟକି ରହିଛି ଆମ୍ୱୁଲାନ୍ସ ସେବା । ଆଗରୁ ଏଭଳି ସମସ୍ୟା କେବେ ହୋଇନଥିବା କର୍ମଚାରୀ ମାନେ ପ୍ରକାଶ କହୁଥିବା ବେଳେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନି । ଯାହା ଫଳରେ ରୋଗୀମାନେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି। ଜରୁରୀ ପରିସ୍ଥିତି ରେ ଆମ୍ବୁଲାନ୍ସ ସେବା ପାଇଁ ପାରୁ ନାହାନ୍ତି ରୋଗୀ ମାନେ ।
ତେବେ ରୋଗୀଟିଏ ନୂଆ ଜୀବନ ପାଇବା ପାଁ ଯେଉଁ ଯାତ୍ରା କରିଥାଏ ସେ ଯାତ୍ରାର ଶାରଥି ହେଉଛି ଆମ୍ବୁଲାନ୍ସ । କିନ୍ତୁ ଆମ୍ବୁଲାନ୍ସରେ ତେଲ ନପଡ଼ିଲେ ସେ ଚାଲିବ କେମିତି ? ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବ କେମିତି ? କିନ୍ତୁ ଆମ୍ବୁଲାନ୍ସ ଏଭଳି ସମସ୍ୟାର ସମ୍ମୁଖୀନ ହେଇଥିବା ବେଳେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
Also read:ଅବହେଳିତ ଅବସ୍ଥାରେ ବାପି-ନୁମା କୁଟୀର ଓ ଛାତ୍ରାବାସ, ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା