ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

kanyaଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ କୁକୁର ଶିଶୁକନ୍ୟାକୁ ଝୁଣି ଝୁଣି ଖାଉଥିଲା। କୁକୁରଟି ଶିଶୁଟିର ଡାହାଣ ହାତକୁ ଖାଇଦେଇଥିଲା।

kanyaରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖିବା ପରେ ନବଜାତକୁ ବଞ୍ଚାଇ ପୋଲିସକୁ ଖବର ଦେଇଥିଲେ। ଏହା ପରେ ଶିଶୁଟିକୁ ଶିଶୁ ଅନୁଷ୍ଠାନ ବାତ୍ସଲ୍ୟରେ ରଖାଯାଇଥିଲା। ସେହି ୬ ବର୍ଷର ଅନାଥ ଶିଶୁ ଅପରାଜିତାକୁ ଆମେରିକାର ଦମ୍ପତ୍ତି ମାଥେଦ୍ରେମସ୍ ସ୍ପୋଡା ଓ ମେରିଡିଥ କାୟ ସ୍ପୋଡା ଜିଲ୍ଲାପାଳଙ୍କଠାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

kanyaଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଥିବା ବେଳେ ଗୋଟିଏ ଝିଅ ଚାହୁଁଥିଲେ। ଏଥିପାଇଁ ସେ ଇଣ୍ଟରନେଟର ସାହାରା ନେଇଥିଲେ। ତିନି ମାସ ତଳେ ଏହି ସଂପର୍କରେ ଜାଣିବା ପରେ ଭଦ୍ରକ ଆସିଥିଲେ। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ସେମାନେ ଅପରାଜିତାକୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.