ପୁରୀରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର , ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ନେଇ କରିବେ ଆଲୋଚନା

ପୁରୀ(କେନ୍ୟୁଜ୍) : ପୁରୀ ଗସ୍ତରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର । ଗତକାଲି ରାତିରେ ସେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଜି ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ କିପାରି କାର‌୍ୟ୍ୟକାରୀ ହେଉଛି ତାର ତଦାରଖ କରିଛନ୍ତି । ଏ ବାବଦରେ ରାଜନଅରରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିବେ ଆମିକସ କ୍ୟୁରୀ ରଞ୍ଜିତ କ୍ୟୁରୀ । ପରେ ୧୧ଟା ୩୦ରେ ସେ ସୁପ୍ରିମକୋର୍ଟଙ୍କ ନିକଟରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିଥିବା ଜିଲ୍ଲା ଜଜଙ୍କ ସହ ଆଲୋଚନା କରିବେ । ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗଙ୍କ ସହ ମଧ୍ୟ ଆଲୋଚନା କରିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର ।

templeସେବାୟତଙ୍କ ଦାନ ଦକ୍ଷିଣା ଉପରେ କଟକଣା, ବଂଶାନୁକ୍ରମିକ ସେବାପ୍ରଥା ଉଚ୍ଛେଦ, ଅନ୍ନଦାନ ଆଟିକା ପ୍ରସଙ୍ଗରେ ଆମିକସ କ୍ୟୁରୀଙ୍କୁ ନିଜର ମତାମତ ଜଣାଇବେ ସେବାୟତ । ଏହାଛଡ଼ା ସୁପ୍ରିମକୋର୍ଟରେ ଇଣ୍ଟର ଭେନର ହୋଇଥିବା ବିଭିନ୍ନ ପକ୍ଷଙ୍କ ସହ ସେ ମଧ୍ୟ ଆଲୋଚନା କରିପାରନ୍ତି । ବିଶେଷକରି ଗତ ଅକ୍ଚୋବର ୩ରେ ଶ୍ରୀମନ୍ଦିର ପ୍ରସଙ୍ଗରେ ପୁରୀରେ ବନ୍ଦ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ଆମିକସ୍‌ କ୍ୟୁରି ସମସ୍ତଙ୍କ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟଙ୍କୁ ଆସନ୍ତା ୨୭ରେ ସମସ୍ତ ରିପୋର୍ଟ ପ୍ରଦାନ କରିବେ । ଏହାପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.