ବାତ୍ୟା ଗୁଲାବ ପଛକୁ ଆଉ ଏକ ଲଘୁଚାପ, ପ୍ରଭାବରେ ୩୦ ଯାଏ ଲାଗିରହିପାରେ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌) : ବାତ୍ୟା ‘ଗୁଲାବ’ ପଛକୁ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ଏହି ଘୂର୍ଣ୍ଣି ବଳୟ ସୃଷ୍ଟି ହେବ । ଏହା ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ୨୮ରୁ ୩୦ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଲଘୁଚାପ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇପାରେ । ଏଥିପାଇଁ ବର୍ତ୍ତମାନର ବାତ୍ୟା ଗୁଲାବ ଯିବା ପରେ ବି ମାସ ଶେଷ ବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।

Leave A Reply

Your email address will not be published.