ଭିଜିଲାନ୍ସ ଜାଲରେ ଅମିନ, ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ପଡ଼ିଲେ ଧରା

କଟକ : ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁତ୍ରା ତହସିଲ ଅମିନ ଧରା ପଡିଲେ। ଅମିନ ଶିଶିର କୁମାର ନାଏକ ଏକ ପଟ୍ଟାର ନକ୍ସା ପ୍ରସ୍ତୁତ ପାଇଁ ମାଗିଥିଲେ ଲାଞ୍ଚ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାଇଭାଗ ପାଇଁ ଭିନ୍ନ ପଟ୍ଟା ପ୍ରସ୍ତୁତ ହେବାର ଥିଲା । ଭାଗବଣ୍ଟା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅମିନ ନକ୍ସା ତିଆରି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ମୂଲଚାଲ ପରେ ୬ ହଜାର ଟଙ୍କା ଦେଲେ ନକ୍ସା ସ୍କେଚ କରିଦେବେ ବୋଲି କହିଥିଲେ ଅମିନ ଶିଶିର କୁମାର ନାଏକ । ଆଜି ଟଙ୍କା ନେବା ସମୟରେ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଅମିନଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।
Also read: ଲାଞ୍ଚୁଆ ଜେଇଙ୍କ ଘରେ ଭିଜିଲାନ୍ସ ରେଡ, ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ବି ଚଢ଼ାଉ ଜାରି