ପ୍ୟାରିସ ଅଲିମ୍ପିକ୍ସରେ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ ରୋହିଦାସ । ଓଡ଼ିଶାର ଏକମାତ୍ର ପ୍ରଥମ ଅଣ ଆଦିବାସୀ ହକି ଅଲମ୍ପିଆନ ଭାବେ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଛନ୍ତି । ପିଲା ଦିନେ ଅର୍ଥାଭାବରୁ ହକି ଷ୍ଟିକ ଓ ବଲ୍ ନଥିବାରୁ ବାଉଁଶ ଓ କାଠ ଫାଳିଆକୁ ହକି ଷ୍ଟିକ କରି ଗାଁ ମିଶନ ସ୍କୁଲ ପଡିଆରେ ସାଙ୍ଗମାନଙ୍କ ସହ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ । ୨୦୦୪ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲ ଯୋଗ ଦେବା ପରେ ମିଳିଥିଲା ସୁଯୋଗ ।
ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ। ବାପାଙ୍କ ଇଛା ଥିଲା,ପୁଅ ଆଲମ୍ପିକ ପାଇଁ ଯୋଗ୍ୟ ବିବେଚିତ ହେବ । ଆଉ ବାପାଙ୍କ ଏହି ଇଛାକୁ ପୂରଣ କରିଥିଲେ ଅମିତ । ୨୦୨୧ ରେ ଅଲମ୍ପିକ ରେ କାଂସ୍ୟ ପଦକ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ ସରେ ଟିମ୍ ଇଣ୍ଡିଆ ଏଥର ନିଶ୍ଚୟ ଗୋଲ୍ଡ ମେଡାଲ ହାସଲ କରିବ ବୋଲି କହିଛନ୍ତି ତାଙ୍କ ବଡ଼ ମା ଗୌରୀ ରୋହିଦାସ ।