ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ୱର : ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ବିମାନ ବନ୍ଦରରୁ ତାଙ୍କୁ ଏକ ବିଶାଳ ରାଲିରେ ଦଳୀୟ କାର୍ୟ୍ୟାଳୟକୁ ନିଆଯାଇଥିଲା। ଦଳୀୟ କାର୍ୟ୍ୟାଳୟରେ ନିର୍ବାଚନ ମଣ୍ଡଳୀ ପ୍ରଭାରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ଶାହା। ଏହା ପରେ ପ୍ରଦର୍ଶନୀ ପଡ଼ିଆ ଯିବେ ଅମିତ ଶାହା। ଦଳୀୟ ନେତା, କାର୍ୟ୍ୟକର୍ତ୍ତା ଓ ତୃଣମୂଳ ସ୍ତରର ପ୍ରତିନିଧିଙ୍କୁ ଦେବେ ଗୁରୁମନ୍ତ୍ର। ସାଂଗଠନିକ ସ୍ତରରେ ନିଜକୁ କେତେ ପ୍ରସ୍ତୁତ କରିଛନ୍ତି ତା’ର ସମୀକ୍ଷା କରିବେ। ତିନିଟି ପର୍ୟ୍ୟାୟରେ ଆଲୋଚନା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବ। ଦଳର ପଞ୍ଚାୟତ ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ କରିବେ। କଟକ, ଭୁବନେଶ୍ୱର ଓ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ ଅମିତ ଶାହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.