ବିଜେପିର ମିଶନ ଓଡ଼ିଶା: ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

amitଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କଟକ, ଭୁବନେଶ୍ୱର ଓ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟି ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିବେ ଶାହ। ପରେ ରାଜ୍ୟ କାର୍ୟ୍ୟାଳୟରେ ପଦାଧିକାରୀ, କୋର୍ କମିଟି, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଓ ସମସ୍ତ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ଓଡ଼ିଶା ଆସିବା ପୂର୍ବରୁ ସେ ପଶ୍ଚିମବଙ୍ଗରେ ଦଳୀୟ ନେତୃତ୍ୱଙ୍କୁ ଟାସ୍କ ଦେଇଛନ୍ତି। ଅଧିକରୁ ଅଧିକ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପଶ୍ଚିମବଙ୍ଗ ନେତୃତ୍ୱକୁ ଆହ୍ଵାନ ଦେଇଛନ୍ତି। ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ନେତୃତ୍ୱକୁ ମଧ୍ୟ ଏଭଳି ଟାର୍ଗେଟ ଦେଇ ପାରନ୍ତି। ଅମିତ ଶାହଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଉତ୍ସାହିତ ଅଛି। ପୂର୍ବରୁ ବିଧାନସଭା ନିର୍ବାଚନ ପାଇଁ ମିଶନ ୧୨୦ ଟାର୍ଗେଟ୍ ଦେଇଛନ୍ତି ଅମିତ ଶାହ। ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ ରହିଛି। ତା’ ପୂର୍ବରୁ ଦେଶର ସମସ୍ତ ଲୋକସଭା କ୍ଷେତ୍ର ଗସ୍ତ କରିବାକୁ ଅମିତ ଶାହ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.