ଚାନ୍ଦବାଲିରେ ଅମିତ ଶାହଙ୍କ ଜୋରଦାର ପ୍ରଚାର
ଚାନ୍ଦବାଲି ଦୁର୍ଗା ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେଇ ଭଦ୍ରକର ସାଂସଦ ପ୍ରାଥୀ, ଚାନ୍ଦବାଲିର ପ୍ରାଥୀ ମନମୋହନ ସାମଲ ସମେତ ସମସ୍ତ ବିଧାୟକ ପ୍ରାଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ଅପିଲ କରିଥିଲେ ।

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଜୋରଦାର ପ୍ରଚାର । ଚାନ୍ଦବାଲି ଦୁର୍ଗା ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେଇ ଭଦ୍ରକର ସାଂସଦ ପ୍ରାଥୀ, ଚାନ୍ଦବାଲିର ପ୍ରାଥୀ ମନମୋହନ ସାମଲ ସମେତ ସମସ୍ତ ବିଧାୟକ ପ୍ରାଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ଅପିଲ କରିଥିଲେ । ଓଡିଶାରେ ନିଶ୍ଚୟ ପରିବର୍ତ୍ତନ ହେବ । ଜଣେ ଓଡ଼ିଆ ଏଥର ମୁଖ୍ୟମନ୍ତ୍ରୀ ହେବେ ।.ବିଜେପି ମୋଦି ଗ୍ୟାରେଣ୍ଟି କାର୍ଡରେ ଯାହା ଯାହା ପ୍ରତିଶୃତି ଦେଇଛି ସବୁ ପାଳନ କରିବ ବୋଲି କହିଥିଲେ । ଏହି ଅବସରରେ ଆରଡ଼ି ସେବାୟତ ତରଫରୁ ଆଖଣ୍ଡଳମଣିଙ୍କ ଫୋଟୋ ଚିତ୍ର ପ୍ରଦାନ କରାଯାଇଥିଲା ଶାହଙ୍କୁ ।