ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ବର : ଦଳୀୟ ନେତା, କାର୍ୟ୍ୟକର୍ତ୍ତା ଓ ତୃଣମୂଳ ସ୍ତରର ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସୁଛନ୍ତି। ସାଂଗଠନିକ ସ୍ତରରେ ନିଜକୁ କେତେ ପ୍ରସ୍ତୁତ କରିଛନ୍ତି ତା’ର ସମୀକ୍ଷା କରିବେ । ଆଜି ଦିନ ୧୦ଟା ୩୦ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହା। ସେଠାରୁ ଏକ ବିଶାଳ ରାଲିରେ ତାଙ୍କୁ ରାଜ୍ୟ କାର୍ୟ୍ୟାଳୟକୁ ଅଣାଯିବ। ଦିନ ୧୧ଟାରୁ ୩ଟି ପର୍ୟ୍ୟାୟରେ ବୈଠକ ହେବ। ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବ। ଦିନ ୨ଟା ପରେ ଦଳର ପଞ୍ଚାୟତ ପ୍ରତିନିଧିଙ୍କ ସହ ବୈଠକ ରହିଛି।
କଟକ, ଭୁବନେଶ୍ୱର ଓ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ ଅମିତ ଶାହା। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହେବ । ଗତ ଥର ଗସ୍ତ ବେଳେ ଶାହ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରିଥିଲେ । ଏଥର ତାଙ୍କ ଫୋକସରେ ରହିଛି ଉପକୂଳ ଓଡ଼ିଶା। ଉପକୂଳ ଓଡ଼ିଶାରେ ୧୦ଟି ଲୋକସଭା ଆସନ ଥିବା ବେଳେ ୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ୨୦୧୪ ନିର୍ବାଚନରେ ସେହି ୭୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୨ଟିରେ ବିଜୟୀ ହୋଇଥିଲା। କିନ୍ତୁ ୧୦ଟି ଲୋକସଭା ଆସନରୁ ଗୋଟିଏ ମଧ୍ୟ ଜିତିନଥିଲା।

You might also like