ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ଭରଣା ହୋଇନି ନିଅଣ୍ଟିଆ ସ୍ଥିତି, ୨୫ରୁ ପୁଣି କାଚିବ

ଭୁବନେଶ୍ବର(କେନ୍ଯୁଜ୍):ମିଆଁମାର ଉପକୂଳ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବ ଓ ସଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଲଘୁଚାପରେ ପରିଣତ ହୋଇପାରେ । ୨୬ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରଭାବରେ ୨୫ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ପୁଣିଥରେ ବଢିବ।

ଲଘୁଚାପ କ୍ଷେତ୍ର ଏବେ ଝାଡ଼ଖଣ୍ଡର ଦକ୍ଷିଣ ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି । ନିମ୍ନଚାପ ରେଖା ଏହା ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ବିଛି । ଏହାର ପ୍ରଭାବରେ ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ନିଅଣ୍ଟିଆ ସ୍ଥିତି ଭରଣା ହୋଇନି । ଜୁନ ୧ରୁ ଆଜି ଭିତରେ ସ୍ୱାଭାବିକଠାରୁ ୧୧ ପ୍ରତିଶତ କମ୍‌ ବର୍ଷିଛି । ୮ ଜିଲ୍ଲାରେ ଏଯାଏ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.