ବରିଷ୍ଠ IPS ଅମ୍ରିତ ମୋହନ ପ୍ରସାଦଙ୍କୁ ବଡ଼ ଦାୟିତ୍ବ, ହେବେ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟିର ଡିଜି

ଭୁବନେଶ୍ୱର : ଓଡ଼ିଶା କ୍ୟାଡର ବରିଷ୍ଠ IPS ଅଫିସର ଅମ୍ରିତ ମୋହନ ପ୍ରସାଦଙ୍କୁ ବଡ଼ ଦାୟିତ୍ବ ।  ୧୯୮୯ ବ୍ୟାଚ ଆଇପିଏସ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।  କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।  ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ ।

ଗତ ନଭେମ୍ବର ୧ ତାରିଖରୁ ଏହି ଦାୟିତ୍ୱରେ ଅମୃତ ମୋହନ ପ୍ରସାଦ ଥିବା ବେଳେ ୬ ମାସ ପାଇଁ ଏହି ଦାୟିତ୍ୱ ଦିଆଯାଇଛି । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ନିୟମିତ ଡ଼ିଜି ନିଯୁକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅମୃତ ମୋହନ ପ୍ରସାଦ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଅତିରିକ୍ତ ଡ଼ିଜି ଭାବେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ବରିଷ୍ଠ ଆଇପିଏସ ଅମୃତ ମୋହନ ପ୍ରସାଦ ଓଡ଼ିଶାର ଜେଲ ବିଭାଗ ଡ଼ିଜି ଥିଲେ ।  ଗତ ଅଗଷ୍ଟ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସିଆରପିଏଫର ସ୍ୱତନ୍ତ୍ର ଡ଼ିଜି ଦାୟିତ୍ୱ ନେଇଥିଲେ । ଏହାପରେ ତାଙ୍କୁ ସ୍ୱତନ୍ତ୍ର ସୀମା ବଳର ଡ଼ିଜି ଦାୟିତ୍ବ ଦେଇଥିଲେ କେନ୍ଦ୍ର ସରକାର ।

 

ଆହୁରି ପଢ଼ନ୍ତୁ:  ଜାନୁଆରୀ ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

You might also like