କୁଚିଣ୍ଡା: ୧୦ମାସର ଶିଶୁକନ୍ୟାକୁ ଏକ୍ସପାଏରୀ ଟିକା ଦେଲେ ଡାକ୍ତର, ଥାନାରେ ଅଭିଯୋଗ କଲେ ଶିଶୁର ବାପା

କୁଚିଣ୍ଡା (କେନ୍ୟୁଜ): ୧୦ମାସର ଶିଶୁକନ୍ୟାକୁ ଏକ୍ସପାଏରୀ ଟିକା। ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର ଏକ ଘରୋଇ କ୍ଲିନିକରେ ଶିଶୁ କନ୍ୟାକୁ ଏକ୍ସପାଏରୀ ଟିକା ଦିଆଯାଇଥିବା ଅଭିଯୋଗ ଆସିଥି। ବାରକୋଟ ଅଞ୍ଚଳର ରାଜେଶ କୁମାର ସାହୁ ନିଜର ୧୦ମାସର ଝିଅକୁ ଟିକା ଦେବାକୁ ଏକ ଘରୋଇ କ୍ଲିନିକକୁ ଆଣିଥିଲେ। ରାଜେଶ ବାହାରକୁ ଆସିଥିବା ବେଳେ ଡାକ୍ତର ଜଣକ ଶିଶୁକନ୍ୟାକୁ ଭ୍ୟାକସିନ ଦେଇସାରିଥିଲେ।

ତେବେ ପରେ ଡଷ୍ଟବିନରୁ ସେ ଭ୍ୟାକସିନର ପ୍ୟାକେଟ ଉଠାଇ ଦେଖିବାରୁ ଏହା ୨୦୧୭ରୁ ଏକ୍ସପାଏରୀ ହୋଇଥିବା ଜଣାପଡ଼ିଛି। ଏନେଇ ସେ ଡାକ୍ତରଙ୍କୁ ପଚାରିବାରୁ କିଛି ଅସୁବିଧା ହେବନାହିଁ ବୋଲି ଉତ୍ତର ଦେଇଥିବା ରାଜେଶ ଅଭିଯୋଗ କରିଛନ୍ତି। ପରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଝିଅକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଇଛି।