ନରସିଂହପୁର ଶିଶୁପଥରରେ ପୁଣି ୧୦ ବର୍ଷୀୟ ଦନ୍ତା ମୃତ, ଦୁଇଦିନ ହେବ ଚିକିତ୍ସା ଜାରି ରହିଥିଲା

ନରସିଂହପୁର : ନରସିଂହପୁର ଶିଶୁପଥରରେ ପୁଣି ଦନ୍ତା ମୃତ  ।  ଏଥର ଗୋଟେ ପୁଣି ୧୦ ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଛି ।  କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଶିଶୁପଥର ଗ୍ରାମ ନିକଟରେ ଗୋଟିଏ ଅଣ୍ଡିରା ହାତୀର ମୃତ୍ୟୁ ହୋଇଛି ।  ଦନ୍ତା ହାତୀଟି ହରପିକ ରୋଗ କାରଣରୁ ମୃତ୍ୟୁ ହୋଇଛି  ।  ଦନ୍ତା ହାତୀଟିର ବୟସ ପ୍ରାୟ ୮ ରୁ ୧୦ ବର୍ଷ ହେବ ବୋଲି ଜଣାପଡିଛି ।  ନରସିଂହପୁର ପଶ୍ଚିମ ରେଞ୍ଜର ବାଲିକିଆରୀ ବିଟ୍ ବାରସିଂହ ସେକ୍ସନ ରେ ହାତୀ ର ମୃତ୍ୟୁ ଘଟିଛି ।  ଡ. ସାଇ ଭାର୍ଗବ ଏବଂ ଢେଙ୍କାନାଳର ଆରଆରଟି ଟିମ୍ ଦ୍ୱାରା ଦୁଇଦିନ ହେବ ଚିକିତ୍ସା ଜାରି ରହିଥିଲା ।  ଏଥର ଗୋଟେ ପୁଣି ୧୦ ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଛି । ଆଜି ତାର ମୃତ୍ୟୁ ହେବ ପରେ ଆଇନ ଅନୁଯାୟୀ ତାର ଶେଷକୃତ୍ୟ କରାଯାଇଛି । ରେଞ୍ଜର ପ୍ରଦୀପ ନାୟକ ଓ ଏସିଏଫ ମନୋଜ ପାତ୍ର ଏ ନେଇ ସୂଚନା ଦେଇଛନ୍ତି ।